ବରଗଡ଼ ଜିଲ୍ଳା ଅନ୍ତର୍ଗତ ସୋହେଲା ବ୍ଲକ ଛୁରିଆପାଲି ପଞ୍ଚାୟତର ମୁଚବାହାଲ ଗାଁର ୪ ବର୍ଷର ଛୁଆ ଜନ୍ମୟଜ ମଗରି । ଡାକ୍ତର କହିବା ଅନୁଯାୟୀ ସେ ଜନ୍ମ ହେବା ସମୟରୁ ଏହି ରୋଗଟି ଆରମ୍ଭ ହୋଇଯାଇଥିଲା । ଜନ୍ମ ହେବାର ୩ ମାସ ପରେ ବୁର୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ବାପା ମା ।
ଡାକ୍ତର କହିବା ଅନୁସାରେ ଛୁଆର ଲିଭର୍ ସମସ୍ୟା ଅଛି । ଫଳରେ ସେମାନେ ପ୍ରଥମେ କଟକ ବଡ ମେଡିକାଲ ପରେ ଦିଲ୍ଲୀର ଏମସରେ ୪ ମାସ ଚିକିତ୍ସା କରାଇଥିଲେ । ଚିକିତ୍ସାରେ 22 ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି ।
ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷ କରୁଥିବା ଏହି ପରିବାର ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଏବେ ଭାଳେଣି ପଡିଛି । ଦିଲ୍ଲୀରୁ ଛୁଆକୁ ଘରକୁ ନେଇ ଆସିଛନ୍ତି । ଏବେ ରାତି ପାହିଲେ ଗୋଟିଏ ଚିନ୍ତା । ଏତେ ଟଙ୍କା ଆସିବ କେଉଁଠୁ ।
ଛୁଆର ଲିଭର୍ ସମସ୍ୟା ଦିନ କୁ ଦିନ ଗୁରୁତର ହେବାରେ ଲାଗିଛି । ମାଆ-ବାପା ପ୍ରଶାସନ ଓ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି । ଯଦି ସରକାରଙ୍କ ତରଫରୁ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି କିଛି ଆର୍ଥିକ ସହାୟତା କରନ୍ତେ ତେବେ ଛୁଆଟି ନୂଆ ଜୀବନ ପାଇପାରନ୍ତା ।