ଅଟୋ ଡ୍ରାଇଭରଙ୍କ ମହାନତା
ମୟୂରଭଞ୍ଜ: ପୋଖରୀରେ ବୁଡି 4 ବର୍ଷ ଶିଶୁପୁତ୍ରର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଦେଓକୁଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ମୃତ ଶିଶୁପୁତ୍ର ଶାଗଯୋଡି ଗାଁର ଚାମରା ବିରୁଆଙ୍କ ପୁଅ ହରେକୃଷ୍ଣ ବିରୁଆ।
ମାଆ ଇଟାଭାଟିକୁ କାମ କରିବାକୁ ଯାଇଥିବା ବେଳେ ସାଥିରେ ଶିଶୁପୁତ୍ରକୁ ନେଇଥିଲେ । ଶିଶୁଟି ଖେଳୁଥିବାବେଳେ ଇଟାଭାଟି ପାଖରେ ଥିବା ପୋଖରୀରେ ବୁଡ଼ି ଯାଇଥିଲା । ବହୁ ଖୋଜାଖୋଜି ପରେ ପୋଖରୀରୁ ଛୁଆଟିର ମୃତଦେହ ମିଳିଥିଲା । ଜାମଦା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।