ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ମୁଣ୍ଡରେ ଏକ ସିର ଦବି ଯାଇଥିବା ବେଳେ ମେରୁଦଣ୍ଡ ହାଡ଼ ଠିକ ନଥିବାରୁ ତାଙ୍କ ଠାରେ ଏହି ସମସ୍ୟା ଦେଖାଦେଇଛି କହିବା ସହିତ ଅପରେସନ ପାଇଁ ଦୁଇ ରୁ ତିନି ଲକ୍ଷ ଟଙ୍କା ଆବଶ୍ୟକ କହିଛନ୍ତି l ଝିଅର ଚିକିତ୍ସା ନିମନ୍ତେ ପାଖରେ ଯାହା ଥିଲା ସବୁକିଛି ସାରିବା ପରେ ତାଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କାଟିଏ ନାହିଁ l ତେଣୁ ସେ ରାଜ୍ୟ ସରକାର ଓ ଓଡ଼ିଶାର ସାଧାରଣ ଜନତାଙ୍କୁ କାନିପାତି ଝିଅର ଜୀବନ ଭିକ୍ଷା କରୁଛନ୍ତି ମା ରଶ୍ମିତା।
ଝିଅ ଗର୍ଭବତୀ ଥିବା ସମୟରେ ତାର ଶାଶୁଘର ପରିସ୍ଥିତିକୁ ଦୃଷ୍ଟିରେ ରଖି ଝିଅକୁ ଘରକୁ ଆଣି ଥିଲେ l ଆଳି ମେଡିକାଲରେ ନାତୁଣୀ ଜନ୍ମ ହେବା ପରେ ପ୍ରଥମେ ଜଣ୍ଡିସ ହୋଇଥିଲାl ଜଣ୍ଡିସ ଭଲ ହେବା ପରେ ପିଲାର ଶାରୀରିକ ଅସୁସ୍ଥତା ଦେଖିବାକୁ ମିଳିଥିଲା l ନାତୁଣୀର ମୁଣ୍ଡରେ ସିର ଦବି ଯାଇଥିବା ବେଳେ ଓ ପିଠି ରେ ମେରୁଦଣ୍ଡ ହାଡ଼ ଠିକ ନଥିବା ଦେଖିବାକୁ ପାଇଥିଲେ l
ତାଙ୍କ ପାଖରେ ଯାହାକିଛି ସଞ୍ଚିତ ଅର୍ଥ ଥିଲା ତାହା ଖର୍ଚ୍ଚ ହୋଇ ସାରିଲାଣି l ଦିନ ମଜୁରୀ କରି କେମିତି ଅପରେସନ ପାଇଁ ଏତେ ଗୁଡ଼ାଏ ଅର୍ଥ ଯୋଗାଡ଼ କରିବେ ସେ ଚିନ୍ତାରେ ପଡିଛନ୍ତି l ସରକାରୀ ସହାୟତା ମିଳିଲେ ତାଙ୍କ ନାତୁଣୀ ଭଲ ହୋଇପାରିବେ ବୋଲି ସେ କହିଛନ୍ତି l ରାଜ୍ୟ ସରକାର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟକାର୍ଡ ଯୋଗାଇ ଦେଇଥିବା ବେଳେ ଏହି ଶିଶୁ କନ୍ୟା ଚିକିତ୍ସା ପାଇଁ ଅପହଞ୍ଚ ପାଲଟିଛି ଏହି ଯୋଜନା l
ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଦାତବ୍ୟ ଅନୁଷ୍ଠାନ ଶିବାନ୍ୟର ଚିକିତ୍ସା ନିମନ୍ତେ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଠିକଣାରେ ଯୋଗାଯୋଗ କରନ୍ତୁ l
ନାମ:-ଶିବାନ୍ୟ ମହାଳିକ
ବାପା -ଭାବଗ୍ରାହୀ ମହାଳିକ
ମା :-ରଶ୍ମିତା ମହାଳିକ
ଗ୍ରାମ:-ସେରପୁର
ବ୍ଲକ :-ଚାନ୍ଦବାଲି
ଜିଲ୍ଲା :-ଭଦ୍ରକ
ମୋବାଇଲ :-7205607410
ବ୍ୟାଙ୍କ ଆକାଉଣ୍ଟ
ରଶ୍ମିତା ମହାଳିକ
Ac/No-38391791050
IFSC CODE -SBIN0009823