ଗୋଟିଏ ପଟେ ବିଜେଡିର ଯୁକ୍ତି ଅନ୍ୟପଟେ ସତ ହେଲା ନିଜ ଦୋଷ ଲୁଚାଇବାକୁ ବିଜୁ ଜନତା ଦଳ କେନ୍ଦ୍ରୀୟ ଅବହେଳାକୁ ଢାଲ କରୁଛି। କାରଣ ପରିସଂଖ୍ୟାନ ଅନୁସାରେ ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ ପାଇଁ ପୂର୍ବ ସରକାର ତୁଳନାରେ ସାତ ଗୁଣ ଅଧିକ ଅର୍ଥ ଦେଇଛନ୍ତି ମୋଦି ସରକାର। ପ୍ରତିବର୍ଷ ରାଜ୍ୟରେ 4 ଗୁଣା ଅଧିକ ଲମ୍ବା ରାସ୍ତା ନିର୍ମାଣ ହୋଇଛି । 2014-2023 ନଅ ବର୍ଷ ମଧ୍ୟରେ ଓଡ଼ିଶାରେ 28,251 କୋଟି ଟଙ୍କା ବ୍ୟୟରେ 4,143 କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ରାଜ୍ୟରେ ଏବେ 20ଟି NHAI ପ୍ରକଳ୍ପରେ ମୋଟ 15,015 କୋଟି ବ୍ୟୟବରାଦରେ 900 କିଲୋମିଟର ଜାତୀୟ ରାଜପଥ ନିର୍ମାଣାଧୀନ ଅଛି ।
ଏଥିମଧ୍ୟରେ ରହିଛି 8,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 382 କିମି ଦୀର୍ଘ ଓଡ଼ିଶା ଉପକୂଳ ରାଜପଥ, ଚଣ୍ଡିଖୋଲ ଦେଇ ଯାଉଥିବା 300 କିଲୋମିଟର ଦୀର୍ଘ ପାରାଦୀପ-ବଡ଼ବିଲ ଅର୍ଥନୈତିକ କରିଡର, 5,744 କୋଟି ଟଙ୍କା ବ୍ୟୟରେ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ ଭଳି ଅନେକ ପ୍ରକଳ୍ପ। ଅର୍ଥାତ୍ ପ୍ରକୃତ ତଥ୍ୟ ଆଗରେ ବିଜେଡି ଯୁକ୍ତିର ଦମ୍ ନାହିଁ । କେବଳ ଜାତୀୟ ରାଜପଥ ନିର୍ମାଣ ନୁହେଁ ବିଭିନ୍ନ ରାଜ୍ୟରେ ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣ୍ଠି ଓ ସହଯୋଗ ଯୋଗାଇ ଦେଉଛନ୍ତି ମୋଦି ସରକାର। କିନ୍ତୁ ବିଧାନସଭାରେ ବିରୋଧୀଙ୍କୁ ସାମ୍ନା କରି ନ ପାରି, ନିଜ ଦୁର୍ବଳତା ଢାଙ୍କିବାକୁ କେନ୍ଦ୍ରୀୟ ଅବହେଳାକୁ ଢାଲ କରୁଛି ଶାସକ ଦଳ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: