ସେହିପରି ଉପକୂଳ ଓଡିଶା ସମେତ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ବୁଧବାର ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । ଖାସ କରି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ସମ୍ବଲପୁର, ଅନୁଗୁଳ ପରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
48 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଘୂର୍ଣ୍ଣିବଳୟର ପ୍ରଭାବ । 48 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା । ଯାହାକୁ ନେଇ 10 ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଙ୍ଗଳବାର ଅପରାହ୍ନ ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
