ଅର୍ଗସ ବ୍ୟୁରୋ: କେସିଙ୍ଗା ପୋଲିସକୁ ବଡ ସଫଳତା ମିଳିଛି ଓ ୫ ବାଇକ ଚୋରକୁ ଗିରଫ କରିବାରେ ସଫଳ ହୋଇଛି। କେସିଙ୍ଗା ତଥା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳରରେ ବାଇକ ଚୋରି ହେଉଥିବା ବାଇକ ଚୋର ଧରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା ଏହି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ ।
ଏହାପରେ ଚୋରା ବାଇକ୍ ଠାବ କରିବା ସହ ବାଇକ୍ ଚୋରି ରାକେଟ ଅଭିଯୁକ୍ତ ତରଣୀ ସେନ ଭୋଇ , ସୂର୍ଯ୍ୟମଣି ମାଝୀ, ଧ୍ରୁବ ନାଗ, ପୁରୁଷୋତ୍ତମ ନାଏକ, ବିପିନ ଖରସେଲ ପ୍ରମୁଖ ବାଇକ୍ ଚୋରକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୯ ଟି ବାଇକ,୩ ଟି ମୋବାଇଲ, ୧ କ୍ୟାମେରା, ୧ ପ୍ରିଣ୍ଟର, ଆଇରନ ରଡ଼, ଖଣ୍ଡା,ସବୁ ଜବତ କରାଯାଇଥିବା କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।