କର୍କଟ ରୋଗର ସଚେତନତା ଉଦେଶ୍ୟ !
ଭୟାବହ ଅଗ୍ନିକାଣ୍ଡରେ ୫ ଗାଈ ମୃତ

ଭଦ୍ରକ: ନିଆଁ ଲାଗି ୫ଟି ଗାଈଙ୍କର ମୃତ୍ୟୁ ଘଟିଛି । ଗୁହାଳ ଭିତରେ ନିଆଁ ଲାଗିଯାଇଥିବା କାରଣରୁ ୫ଟି ଗାଈଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତରେ । ସୂଚନାନୁସାରେ, ପାହାଡ଼ପୁର ଗ୍ରାମର ଆନନ୍ଦ ଖୁଣ୍ଟିଆଙ୍କ ଗୁହାଳରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଗୁହାଳରେ ଥିବା ୭ଟି ଗାଈଙ୍କ ମଧ୍ୟରୁ ୫ଟି ଗାଈ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଟି ଗାଈ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଗୁହାଳଟି ପୋଡି ପାଉଁଶ ହୋଇଯାଇଛି ।
Download Argus News App
