ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗ୍ୟାସ କଟରରେ ତାଡି ATM ମେସିନରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜଟଣୀ ଥାନା ରେତଙ୍ଗ କଲୋନୀ ଅଂଚଳରେ। ପଞ୍ଜାବ ବ୍ୟାଙ୍କ ATM କୁ ଲୁଟିଲେ ଲୁଟେରା। କାରରେ ଆସିଥିଲେ ୫ଦୁର୍ବୃତ୍ତ। କେତେ ଟଙ୍କା ଥିଲା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିନାହିଁ। ATM ରେ ଥିବା ସମସ୍ତ ସିସିଟିଭି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏହାସହ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକ ର ମୃତଦେହ ଉଦ୍ଧାର ।ମୃତ ଯୁବକ ଜଣକ ହେଉଛନ୍ତି ପପୁନି ସ୍ୱାଇଁ । ନିମାପଡା ଅଞ୍ଚଳରେ ପପୁନିଙ୍କ ଘର । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ସକାଳେ ଭୁବନେଶ୍ବର ଆସି ଶିଶୁପାଳଗଡ଼ ପ୍ରେମିକା ଘରେ ରହିଥିଲେ । ଘଟଣା ସ୍ଥଳରେ ଧଉଳି ପୋଲିସ ପହଂଚି ଶବକୁ ଜବତ କରିଛି । ଯୁବକଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।
ବଲାଙ୍ଗୀର : ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଏକ୍ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ 14 ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି. ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20/25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ ଓଲଟି ପଡିଥିଲା ।
ଅଧିକ ପଢନ୍ତୁ : ଟ୍ରକକୁ ପଛପଟୁ ଧକ୍କା ଦେଲା ବସ: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ପହଞ୍ଚିଥିଲେ । ହସ୍ପିଟାଲରେ ବର୍ତ୍ତମାନ୍ ଆହତ ଙ୍କ ଚିକିତ୍ସା ଚାଲିଛି । ହେଲେ ବର୍ତ୍ତମାନ୍ ସୁଦ୍ଧା କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।
ଅର୍ଗସ ବ୍ୟୁରୋ: ଗଂଜାମ ତାରାସିଙ୍ଗ ଥାନା ଗେରେଡା ମାଣପୁର ରାସ୍ତା କଡରେ ଗଦା କରାଯାଇଥିବା ଧାନ ଗଦାରେ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ମାଣପୁର ଗାଁର ତିନି ଚାଷୀଙ୍କ ପାଞ୍ଚ ଗଦା ଧାନ ପୋଡି ପାଉଁଶ ହୋଇଯାଇଛି । ବାତ୍ୟା ଆସିବା ଭୟରେ ଜମିରୁ ଧାନ ବୋହି ଆଣି ସୁରକ୍ଷିତ ଭାବେ ରଖିବା ପାଇଁ ଚାଷୀ ମାନେ ରାସ୍ତାକଡ଼ରେ ଜମା କରିଥିଲେ ।
ରାତି ପ୍ରାୟ ୧୧ ଟା ସମୟରେ ହଠାତ ନିଆଁ ଦେଖିବା ପରେ ଚାଷୀ ମାନେ ଦୌଡି ଥିଲେ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରି ନେଇଥିଲେ ଓ ତାରସିଙ୍ଗ ପୁଲିସକୁ ଖବର ଦେଇ ଚାଷୀ ମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଗେରେଡା ଆର ଆଇ ଓ ସରପଞ୍ଚ ପ୍ରଦୀପ କୁମାର ସେଠୀ ପଂହଁଚି ଘଟଣାର ଅନୁସନ୍ଧାନ କରି ରିପୋର୍ଟ ପଠାଇଛନ୍ତି । ଏଥିରେ ଚାଷୀ ଜଗତ ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ ଙ୍କ ଧାନ କ୍ଷତି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: