ଗାଁରେ ପାଟଖଣ୍ଡା ଯାତ୍ରାରେ ବଳି ଦିଆଯାଏ। ବଳି ଯାତ୍ରାଦେଖି ଶିଶୁମାନେ ପ୍ରଭାବିତ ହୋଇଥିବା ଚର୍ଚ୍ଚା ହେଉଛି। ୫ ରୁ ୭ ବର୍ଷର ଏହି ୫ଜଣ ଶିଶୁ ଯାତ୍ରାରେ ଯେମିତି ବଳି ଦିଆଯାଏ,ଠିକ ସେମିତି ଏହି ଶିଶୁମାନେ ଏକ କୁକୁର ଛୁଆକୁ ବଳି ଦେଇଥିଲେ। ଗୋଟିଏ ଶିଶୁ ଦେହେରୀ/ବରୁଆ,ଜଣେ ଧୂପ ଦୀପ ଓ ଫୁଳମାଳ ଦେଇଥିଲା ଅନ୍ୟ ତିନି ଶିଶୁ ପ୍ଲାଷ୍ଟିକ ଡବାରୋ ଢୋଲ ବଜାଇଥିଲେ। କୁକୁର ଛୁଆକୁ ବଳିଦେବା ପରେ ,ଶେଷରେ ତାର ରକ୍ତ ସମସ୍ତ ୫ଶିଶୁ ପିଇଥିଲେ।
ପରେ ଗାଁ ଲୋକ ପୁରା ଘଟଣା ଜାଣିବା ପରେ ସମସ୍ତ ଶିଶୁଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତୀ କରାଯାଇଥିଲା। ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଇଞ୍ଜେକସନ ଦେବା ପରେ ବର୍ତମାନ ଶିଶୁ ମାନେ ସୁସ୍ଥ ଅଛନ୍ତି। ୫ ଶିଶୁଙ୍କ ଏଭଳି କାରନାମା ଏବେ ବଲାଙ୍ଗିର ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି।