ସୂଚନା ଅନୁଯାୟୀ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଓ ହରିହର ସିଂଙ୍କ ତତ୍ୱାବଧାନରେ ଏକ ଟିମ୍ କୁନ୍ଦେଇ ପୁଲିସ ସହାୟତାରେ ଆଜି ସକାଳୁ କୁନ୍ଦେଇ ପଂଚାୟତର ହିରୀ ଗ୍ରାମରେ ଗଂଜେଇ ଚାଷ ହେଉଥିବା ଖବର ପାଇ ଚଢାଉ କରିଥିଲେ l ଏହି ଚଢାଉ ସମୟରେ ଏକ ସରକାରୀ ଜମିରୁ ପ୍ରାୟ ୫ ହଜାର ଗଂଜେଇ ଗଛ ଓପାଡ଼ି ଅବକାରୀ ବିଭାଗ ପକ୍ଷରୁ ନିଆଁ ଲଗାଇ ନଷ୍ଟ କରାଯାଇଥିଲା।
ସରକାରୀ ଜମି ହୋଇଥିବା ସହିତ ଏହି ଚାଷ କରିଥିବା ବ୍ୟକ୍ତିକୁ ନେଇ ସଠିକ ପ୍ରମାଣ ନଥିବା ଯୋଗୁଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ l ନଷ୍ଟ କରା ଯାଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଛି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।