ଆଜି ମୁଖ୍ୟମନ୍ତ୍ରୀ କଟକ ନରାଜ ବିଦ୍ୟାଧରପୁର ଅରିଲୋ ଗାଁର ଓମଫେଡ କାର୍ଯ୍ୟକ୍ରମକୁ ଆସିବାକୁ ଥିବା ବେଳେ ଏହାକୁ ବିରୋଧ କରିବାକୁ ପସ୍ତୁତ ହୋଇଛି କଟକ ନଗର ବିଜେପି । ଏହି ସମୟରେ ଚକ ଅଖ ସବୁ ବନ୍ଦ କରିବାକୁ ବିଜେପି ପକ୍ଷରୁ ଆହ୍ବାନ କରାଯାଇଛି । ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ ପୂର୍ବରୁ ୫୦ ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ
କଟକ: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ । ପ୍ରାୟ ୫୦ ଜଣ ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ । ଏଥିରେ ବାଙ୍କୀ ବିଜେପି ନେତା ତୁଷାରକାନ୍ତି ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିବା କୁହାଯାଉଛି । ତ୍ରିଶୂଳିଆ ଛକ ନିକଟରୁ ଉଠାଇ ନେଇଥିବା ସୂଚନା । ନ୍ୟାୟ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ବିଜେପିର ନିଷ୍ପତ୍ତି ।
Download Argus News App
