ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୀଠରେ ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀରେ ଡଙ୍ଗା ଦ୍ବାରା ପାରି ହୋଇ ଆସୁଥିବା ତିନିଟି ନଦୀଘାଟକୁ ଜଗି ରହିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ଜଣେ ମାଜିଷ୍ଟ୍ରେଟ, ଜଣେ ଏଏସପି, ୬ଜଣ ଡିଏସପି, ୧୫ଜଣ ଇନ୍ସିପେକ୍ଟର, ୫୪ଜଣ ଅଫିସରଙ୍କ ସହ ୮ପ୍ଲାଟୁନ ଫୋର୍ସ ଆଦି ନିୟୋଜିତ ହୋଇଛନ୍ତି। ସେହିପରି କାଉଡିଆ ଯେପରି ସୁବିଧାରେ ଜଳଲାଗି କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି।
ଚଳିତ ସୋମବାରରେ ବହୁ ମହିଳା କାଉଡିଆ ଭକ୍ତଙ୍କୁ ଦେଖିବାକୁ ମିଳିଛି ପୀଠରେ। ଗତ ରବିବାର ମଧ୍ୟ ରାତ୍ର ରୁ କାଉଡିଆଭକ୍ତଙ୍କ ଧାଡିରେ ଯାଇ ମଣିବାବାଙ୍କୁ ଜଳଲାଗି କରୁଥିବା ବେଳେ ଅଧିକ ସଂଖ୍ୟକ କାଉଡିଆଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି। ଅନ୍ୟପଟେ ମଣିବାବାଙ୍କର ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ଅନ୍ୟାନ୍ୟ ନୀତି ଚାଲୁଅଛି l
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।