ମହିଳାଙ୍କୁ ମୋହରା କରି ୫୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଲାଣ ବେଳେ ସୁରାକ ପାଇଥିଲା ଭୁବନେଶ୍ବର ଅବକାରୀ ଟିମ । ଏନେଇ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ବଡ ସପିଂ ମଲ ସାମ୍ନାରେ ଗାଡିକୁ ଅଟକାଇ ଯାଞ୍ଚ ବେଳେ ଧରାପଡିଥିଲା ଗଞ୍ଜେଇ ବୋଝେଇ ଟାଟା ଏସି । ଦୁଇ ଜଣ ମହିଳା ସମେତ ଜଣେ ଡ୍ରାଇଭରକୁ ଗିରଫ କରିବା ଗାଡିକୁ ଜବତ କରିଛି ଅବକାରୀ ଟିମ ।