କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ୱର: ଆଜି ରାଜ୍ୟରେ 573 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଗ୍ରାଫ୍ ଉପରମୁହାଁ । ଦିନକୁ ୫୦୦ ପାର୍ ହେଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୭୩ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦ ଚିହ୍ନଟ ହୋଇଛନ୍ତି। ଏଥିସହ ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ଚିହ୍ନଟ ହୋଇଛନ୍ତି।
ଗତ ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪୫୦ ଉପରେ ରହିଛି। ଗତ ୩ ଦିନ ଧରି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଯଥାକ୍ରମେ ୪୬୧ ଓ ୪୫୨ ଓ ୪୭୧ ରହିଥିଲା। ଆଜି ଏହା ସର୍ବାଧିକ ହୋଇ 500 ଉପରେ ରହିଛି ।ଯାହାକୁ ନେଇ ରାଜ୍ୟବାସୀ ଚିନ୍ତିତ ।