ବ୍ୟବସ୍ଥା ସହ ଲଢି ଲଢି ହାରିଗଲେ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ଗତକାଲି573 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ 588 ନୂଆ ପଜିଟିଭ ମାମାଲା ସାମନାକୁ ଆସିଛି । କ୍ୱାରେନଣ୍ଟାଇନରୁ 342 ଓ ସ୍ଥାନୀୟ ସଂକ୍ରମଣ 246 ଚିହ୍ନଟ ହୋଇଛନ୍ତି । ସେପଟେ ଖୋର୍ଦ୍ଧାରୁ ସର୍ବାଧିକ 105 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ସୁନ୍ଦରଗଡରୁ 84, କଳାହାଣ୍ଡିରୁ 64 ଓ ଝାରସୁଗୁଡାରୁ 31, କଟକରୁ 30 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ବରଗଡରୁ 21, ଯାଜପୁରରୁ 15, ପୁରୀରୁ 24, ଗଞ୍ଜାମରୁ 27, ବାଲେଶ୍ୱରରୁ 13, ବଲାଙ୍ଗୀର ଓ ସୁବର୍ଣ୍ଣପୁରରୁ 11 ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେପଟେ ଗତ 24 ଘଣ୍ଟାରେ 25 ହଜାର 5 ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ସୂଚନା ରହିଛି ।