ଅଧିକ ପଢନ୍ତୁ : ପୁଣି ଥରେ ସରକାରଙ୍କୁ ଟାର୍ଗେଟ କଲେ ଜୟନାରାୟଣ
ଅନ୍ୟପଟେ ବିରୋଧୀ ଦଳ ନେତାଙ୍କୁ କାଉଣ୍ଟର କରିବାକୁ ଯାଇ ପୁଣି ଥରେ କେନ୍ଦ୍ର ଅବହେଳାର ନାରା ଦୋହରାଇଲା ବିଜେଡ଼ି । କେନ୍ଦ୍ର ସରକାର କାଟି ଥିବା 5 କେଜି ଚାଉଳ ଦେବା ସହ ବଳକା ଚାଉଳ ଉଠାନ୍ତୁ ବୋଲି ଦାବି କରି ଶୂନ୍ୟକାଳରେ ଗୃହରେ ହୋହାଲ୍ଲା କରିଥିଲେ ବିଜେଡ଼ି ସଦସ୍ୟ । ତେବେ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା ।
ପୂର୍ବରୁ ଗୃହରେ ଅନେକ ଥର ଚାଉଳ ପ୍ରସଙ୍ଗ ଉଠାଇ ସାରିଛି ବିଜେଡ଼ି । ଆଜି ପୁଣି ଥରେ ଏ ପ୍ରସଙ୍ଗ ଉଠାଇବା ପଛରେ ବିଜେଡ଼ିକୁ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ ବାଣର ଭୟ ଘାରିଥିବା ଚର୍ଚ୍ଚା ହେଉଛି ।