ଫଳରେ ଶ୍ରେଣୀ କଠୋରୀ ସବୁ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଗୋଟିଏ କୋଠରୀରେ ଦୁଇଟି ଲେଖାଇଁ ଶ୍ରେଣୀ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ଫଳରେ ପାଠ ପଢାରେ ସମସ୍ୟା ଦେଖାଦେଉଥିବା ବେଳେ ଛାତ ମରାମତି ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ । ମାତ୍ର ବିଭାଗୀୟ ଅଧିକାରୀ ଶୁଣୁନଥିବାରୁ ୨ ଦିନ ହେଲା ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସ୍କୁଲ କୋଠା ନିର୍ମାଣ ନିମ୍ନମାନର ହୋଇଥିବାରୁ ଆଜବେଷ୍ଟସ ଛାତ ଉଡାଇ ନେଇଥିବା ଲୋକ ଅଭିଯୋଗ କରିଛନ୍ତି । ସେପଟେ ଦ୍ୱିତୀୟ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ରିଆଢ଼ାଳ ବିଡିଓଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି । କିନ୍ତୁ ଆନ୍ଦୋଳନକାରୀ ଏବେବି ବିଜ ଜିଦରେ ଅଟଳ ରହିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।