ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବିଦ୍ୟାଳୟକୁ ୫ଟି ରେ ଅନ୍ତର୍ଭୁକ୍ତ କରାଯାଇ ୫୫ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତି କରଣ କାମ କରାଯାଇଥିଲା । ଏହାକୁ ଖୋଦ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସ ୨୫ ତାରିଖରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । କିନ୍ତୁ ଉନ୍ନତି କରଣ ସମୟରେ ଠିକାଦାର ଶୌଚାଳୟ ନିର୍ମାଣ କରି ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟ ହୋଇ ଟିଣ ଘେରା ହୋଇଥିବା ସ୍ଥାନକୁ ଅସୁରକ୍ଷିତ ଭାବେ ବ୍ୟବହାର କରୁଛନ୍ତି ।
ଗୋଟିଏ ପଟେ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରଧାନଶିକ୍ଷକ ସବୁଦିନ ବିଳମ୍ବରେ ଆସୁଥିବାରୁ ଶିକ୍ଷାଦାନ ଠିକ ଭାବେ ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଗଣେଶ ପୂଜା ପାଇଁ ପ୍ରଧାନଶିକ୍ଷକ ଚାନ୍ଦା ଆଦାୟ କରି ଭୋଜି ନ କରିବାରୁ ବିଦ୍ୟାଳୟରେ ଉତେଜନା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଏପରିକି ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ସମସ୍ତ ଆୟବ୍ୟୟର ହିସାବ ଠିକରେ ଦେଉନଥିବାରୁ ପରିଚାଳନା କମିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରଧାନ ଶିକ୍ଷକଙ୍କ ବଦଳୀ ଦାବିରେ ୨୧ ତାରିଖରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ଖବର ପାଇ ଆନନ୍ଦପୁର ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟଙ୍କୁ ବୁଝାସୁଝା କରିଥିଲେ । ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନର ବ୍ୟବସ୍ଥା କରିବା ସହ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।