ମରିଗଲା ଲୋକଙ୍କ ଭିତରେ ଥିବା ମାନବିକତା
ଭୁବନେଶ୍ୱର: ଆଜି ସକାଳେ ୫-ଟି ସଚିବ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ କେତେକ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ରାଜଧାନୀର ୟୁନିଟ-୬, ୟୁନିଟ-୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ -୯ ଗାର୍ଲସ ହାଇସ୍କୁଲ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରି ୫-ଟି ସଚିବ ଭି. କେ. ପାଣ୍ଡିଆନ ଶିକ୍ଷକ ଏବଂ ‘ଏସଏମସି’ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।
ସ୍କୁଲରେ ବିଜ୍ଞାନ ପରୀକ୍ଷାଗାର, ସ୍ମାର୍ଟ କ୍ଲାସ୍ରୁମ, ଲାଇବ୍ରେରି ରିଡିଙ୍ଗ ରୁମ, ଖେଳକୁଦ ସୁବିଧା କିପରି ରହିଛି ଏବଂ ୧୦ମ ପରୀକ୍ଷାଫଳ କିପରି ହୋଇଛି ସେ ସଂକ୍ରାନ୍ତରେ ୫-ଟି ସଚିବ ସେମାନଙ୍କୁ ପଚାରି ବୁଝିଥିଲେ।