ଅର୍ଗସ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଦେଶର ବର ପୁତ୍ର ତଥା ରାଜଗାଙ୍ଗପୁର ମାଟିର ବୀର ସନ୍ତାନ କୀର୍ତ୍ତି ଚକ୍ର ବିଜେତା ସିଆରପିଏଫ ଯବାନ ସହିଦ ପ୍ରଦୀପ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି। ଏହି ଅବସରରେ "ମା ତୁଝେ ସଲାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାଷ୍ଟ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣ ରେ ସହିଦ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ଵ ପ୍ରଥମେ ଉପସ୍ଥିତ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ସହିଦଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ସଭାକାର୍ଯ୍ୟ ଆରମ୍ଭ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଉପସ୍ଥିତ ଅତିଥି ମାନେ ସହିଦଙ୍କ ଅଦମ୍ୟ ବିରତ୍ୱ ଓ ବଳିଦାନ ଉପରେ ନିଜର ବ୍ୟକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ରେ ଅତିଥି ରୁପେ ସହିଦ ଙ୍କ ଧର୍ମପତ୍ନୀ ମିନତୀ ପଣ୍ଡା ,ତାଙ୍କ ଦୁଇ ସନ୍ତାନ,ସିଆରପିଏଫ ର ଡେପୁଟୀ କମାଡେଣ୍ଟ ଏମଡି ସିରାଜୁଲ ଆଲମ ପ୍ରଭୃତି ଉପସ୍ଥିତ ଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ