ହେଲେ ସେହି ଟିକା ନେବା ଫଳରେ ନିଜ ଗୃହ ପାଳିତ ଗୋରୁ ଗାଇ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ କ୍ଷତିପୂରଣ ସହ ଅସୁସ୍ଥ ଗୋରୁଙ୍କ ଚିକିତ୍ସା ପାଇଁ ବନବିଭାଗ ପକ୍ଷରୁ ସହାୟତା ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଅନ୍ୟପଟେ ଟିକାକରଣ ପାଇଁ ନୁହେଁ, ଅନ୍ୟ କାରଣ ପାଇଁ ସେମାନଙ୍କର ମୃତ୍ୟୁ ହେଉଥିବା ଆନନ୍ଦପୁର ଡିଏଫଓ କହିଛନ୍ତି । ତେବେ କେଉଁ କାରଣ ପାଇଁ ଗୋରୁମାନଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନଥିବାବେଳେ ତାର ତଦନ୍ତ ଦାବି ହୋଇଛି।