ଲୋକ ମାନେ ଦୁରରେ ରହିବା ସହ ବାଘଙ୍କ ଗତିବିଧିକୁ ଲକ୍ଷ୍ୟକରି ୪ଟି ମୃତ ଛେଳି ଉଦ୍ଧାର କରିଛନ୍ତି।୨ଟି ଛେଳିକୁ ଘୋଷାରି ପାହାଡ଼ ଉପରକୁ ନେଇଥିବା ଲୋକମାନେ କହୁଛନ୍ତି। ୧୩ଟି ଛେଳି ଜୀବନ୍ତ ଉଦ୍ଧାର ହୋଇଛନ୍ତି। ସଂଧ୍ୟା ସମୟ ଓ ବାଘ ଭୟ ଥିବାରୁ ପାହଡ଼ ଅଞ୍ଚଳରୁ ଅନ୍ୟ ଛେଳି ଉଦ୍ଧାର ହୋଇନାହିଁ । ତେବେ ୧୧ଟି ଛେଳି ଙ୍କର ସଠିକ ପ୍ରମାଣ ମିଳି ପାରିନାହିଁ। ଏନେଇ ବୋଲଗଡ଼ ବନପାଳଙ୍କୁ ସରପଞ୍ଚ ଶ୍ରୀ ସ୍ୱାଇଁ ସୂଚନା ଦେଇଥିବାର କହିଛନ୍ତି। ପ୍ରକାଶ ଥାଉକି ବିନ୍ଧ୍ୟଗିରୀ ପାହାଡ଼ ଏବେ ସବୁଜିମା ସୃଷ୍ଟି ହେବାରୁ ବହୁ ବନ୍ୟ ଜନ୍ତୁଙ୍କ ବଂଶ ବିସ୍ତାର ଘଟିଛି । ଆଜିର ବାଘଙ୍କ ଆକ୍ରମଣ ସତ୍ୟତା ଅନୁସନ୍ଧାନ କରିବା ପାଇଁ ରବିବାର ବୋଲଗଡ଼ ବନପାଳ ପ୍ରଦୀପ୍ତ କୁମାର ପଟନାୟକ ଘଟଣା ସ୍ଥଳକୁ ଯାଇ ନିୟମ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l
ଓଡିଶା ଖବର ଆହୁରି ପଢନ୍ତୁ