ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ମାନେ ପ୍ରବଳ ଉତ୍ସାହର ସହିତ ଭିଡ଼ ଜମାଇଥିଲେ l ତେବେ ଏଭଳି ବିରଳ ମାଛ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଅର୍ଗସ ବ୍ୟୁରୋ: ଜାଲରେ ପଡ଼ିଲା ୬ ଟି ବିରଳ ମାଛ। ମାଛ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟରେ ଖରସ୍ରୋତା ନଦୀରୁ ଏହି ବିରଳ ମାଛ ଧରିଛନ୍ତି ଧୀବର। ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ୍ ନିକଟରେ ନଦୀରେ ଜାଲ ଫିଙ୍ଗୁଥିବାବେଳେ ଜାଲରେ ୬ ଟି ବିରଳ ମାଛ ଧରାପଡି ଥିଲେ । ମାଛକୁ ଧୀବର ମାନେ ନଦୀରୁ ଆଣି ଓଜନ କରିବା ପରେ ମାଛ ଗୋଟି ପଚାଶ କେଜିରୁ ଉର୍ଦ୍ଧ୍ବ ଓଜନ ହୋଇଥିଲା ।
ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ମାନେ ପ୍ରବଳ ଉତ୍ସାହର ସହିତ ଭିଡ଼ ଜମାଇଥିଲେ l ତେବେ ଏଭଳି ବିରଳ ମାଛ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...