ଭୁବନେଶ୍ୱର: ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60ରେ ପହଞ୍ଚିଛି । ଏହି 5 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯାଜପୁରର ଥିବା ବେଳେ ଜଣେ ଝାରପଡ଼ ଓ 3 ଜଣ ବମିଖାଲର ବୋଲି ଜଣାପଡ଼ିଛି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛନ୍ତି ରାଜ୍ୟ ସରକାର ।
56 ନମ୍ବର ଆକ୍ରାନ୍ତ ଯାଜପୁରର । 66 ବର୍ଷୀୟ ଆକ୍ରାନ୍ତ ଯାଜପୁରର ସଦର ଅଞ୍ଚଳର । ସେ ଟାଟା ମେଜିକ ସାହଯ୍ୟରେ କୋଲକାତାର ବାବୁଘାଟରୁ 28 ମାର୍ଚ୍ଚରେ 17 ଜଣଙ୍କ ସହ ଷଠିପୁର, ଯାଜପୁରରେ ପହଞ୍ଚିଥିଲେ । ମାଛ ଗାଡ଼ିରେ ଷଠିପୁରରୁ 29 ମାର୍ଚ୍ଚରେ ଗଣେଷପୁରରେ ପହଞ୍ଚିବା ପରେ ସେଠାରୁ ଯାଜପୁର ଟାଉନ ଚାଲି କରି ଯାଇଥିଲେ । 29 ମାର୍ଚ୍ଚରୁ 13 ଏପ୍ରିଲ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ ଆକ୍ରାନ୍ତ । 13 ଏପ୍ରିଲରେ ସାମ୍ପଲ ସଂଗ୍ରହ କରାଯାଇଥିଲା ଏବଂ ପଜିଟିଭ୍ ମିଳିଥିଲା । 14 ଏପ୍ରିଲରେ ତାଙ୍କୁ ଅଶ୍ୱିନି କୋଭିଡ ହସ୍ପିଟାଲ ପଠାଇଦିଆଯାଇଛି ।
57 ନମ୍ବର ଆକ୍ରାନ୍ତ ବମିଖାଲ ଅଞ୍ଚଳର । ସେ 7,8, 22 ଓ 39 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 13 ଏପ୍ରିଲ ବେବିଲନ ଆପାର୍ଟମେଣ୍ଟରେ ରହିଥିଲେ । ରଶୁଲଗଡ଼ ଓ ବମିଖାଲର ବିଭିନ୍ନ ପରିବା ଦୋକାନକୁ ଯାଇଥିଲେ । 14 ଏପ୍ରିଲରେ ତାଙ୍କ ସାମ୍ପଲ ଗ୍ରହଣ କରାଯାଇଥିବା ବେଳେ ପଜିଟିଭ୍ ଆସିଥିଲା । ଆଜି ତାଙ୍କୁ କିମ୍ସ କୋଭିଡ ହ୍ପିଟାଲକୁ ପଠାଇଦିଆଯାଇଛି ।
58 ନମ୍ବର ଆକ୍ରାନ୍ତ ବମିଖାଲ ଅଞ୍ଚଳର 51 ବର୍ଷୀୟ ପୁରୁଷ । 22 ମାର୍ଚ୍ଚ-13 ଏପ୍ରିଲ ବେବିଲନ ଆପାର୍ଟମେଣ୍ଟରେ ଥିଲେ । 14 ଏପ୍ରିଲରେ ପଜିଟିଭ୍ ଜଣାପଡ଼ିଲେ ଏବଂ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
59 ନମ୍ବର ଆକ୍ରାନ୍ତ ବମିଖାଲ ଅଞ୍ଚଳର 75 ବର୍ଷୀୟ ବୃଦ୍ଧ । ମାର୍ଚ୍ଚ-13 ଏପ୍ରିଲ ବେବିଲନ ଆପାର୍ଟମେଣ୍ଟରେ ଥିଲେ । 14 ଏପ୍ରିଲରେ ପଜିଟିଭ୍ ଜଣାପଡ଼ିଲେ ଏବଂ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
୬୦ ନମ୍ବର ଆକ୍ରାନ୍ତ ଜଣକ ଝାରପଡାର ୫୧ ବର୍ଷ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାରେ ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ସେ ଝାରପଡା ସ୍ଥିତ ଘରେ ଥିଲେ । ଏହି ସମୟରେ ସେ ପରିବା ଓ ଗ୍ରସୋରୀ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । ଏଥିପାଇଁ ବ୍ୟକ୍ତିଜଣକ କେଶୁରା ବଜାର, ରସୁଲଗଡ ହାଟ ଓ ପଳାଶୁଣୀ ଯାଇଥିବା ସୂଚନା ମିଳିଛି । ୧୪ ତାରିଖରେ ନମୁନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: