ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ
61 ଛୁଇଁଲା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା, ଏଯାଏଁ 24 ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 61 ଛୁଇଁଛି। ସେପଟେ ଏହି ମହାମାରୀ କୋରୋନା ଭୂତାଣୁ କବଳରୁ 3 ଜଣ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ ସୁସ୍ଥଙ୍କ ସଂଖ୍ୟା 24 ଛୁଇଁଥିବା ବେଳେ 36 ଜଣ ସଂକ୍ରମିତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନାନୁଯାୟୀ, ଏପ୍ରିଲ 18 ଯାଏଁ ରାଜ୍ୟରେ ସମୁଦାୟ 9,690 ସାମ୍ପୁଲ ଟେଷ୍ଟ କରାଯାଇଛି। ସେଥି ମଧ୍ୟରୁ 9,629 ସାମ୍ପୁଲ ନେଗେଟିଭ୍ ଆସିଛି ଏଵଂ 61ଟି ସାମ୍ପୁଲ ପଜେଟିଭ୍ ଆସିଛି। ତେବେ ଓଡ଼ିଶାରେ କୋରୋନାର ପ୍ରଭାବ ଧୀରେ ଧୀରେ କମିବା ଭଳି ମନେ କରାଯାଉଛି।
Download Argus News App
