ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ଖରାପ ହେବାରୁ ନିରାକରପୁରରୁ ଭୁବନେଶ୍ୱର ଆସିଥିଲେ ୬୫ ବର୍ଷୀୟ ପଠାଣି ଜେନା । କିନ୍ତୁ ଡାକ୍ତରଖାନାରେ ମିଳିଲାନି ଏଣ୍ଟ୍ରି । କ୍ୟାପିଟାଲ ହସ୍ପିଟାଲ ଗଲେ କିନ୍ତୁ ନିରାଶ ହେଲେ । କୋଭିଡ ପରୀକ୍ଷା ହୋଇନଥିବାରୁ ଡାକ୍ତରଖାନା ଗୁଡିକ ଫେରାଇ ଦେଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଧୀରେ ଧୀରେ ପଠାଣି ଜେନାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଅକ୍ସିଜନ ଲେଭଲ ୭୦ରେ ପହଞ୍ଚି ଯାଇଥିଲା । କିନ୍ତୁ ଦେବଦୂତ ସାଜିଲେ ଶିଖ୍ ଏଡର ସତବୀର । ଶିଖ୍ ଏଡ ର ସହାୟତାରେ ଗାଡି ଭିତରେ ଲାଗିଲା ଅକ୍ସିଜନ । ଅକ୍ସିଜନ ସିଲିଣ୍ଡର ଲାଗିବାର କିଛି ମୂହୁର୍ତ୍ତ ପରେ ଅକ୍ସିଜନ ଲେଭଲ୍ ବଢିଥିବା ସୂଚନା ରହିଛି ।
ଡାକ୍ତରଖାନାରେ ମିଳିଲାନି ଏଣ୍ଟ୍ରି, ରାସ୍ତା ଉପରେ ଚିକିତ୍ସା
ନନ୍ଦନକାନନରେ ଆଖି ବୁଜିଲା ସିଂହୀ
ଭୁବନେଶ୍ୱର: ନନ୍ଦନକାନନରେ ସିଂହୀର ମୃତ୍ୟୁ । ଚିତି ସାପ କାମୁଡ଼ାରେ ସିଂହୀର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଛି । ସିଂହୀଟି ଆଫ୍ରିକୀୟ ବୋଲି ଜଣାପଡ଼ିଛି । ଗତକାଲି ସଂଧ୍ୟାରେ ସିଂହୀଟିକୁ ଚିତି ସାପ କାମୁଡ଼ି ଦେଇଥିଲା । ୩୦ ନଂ ଖୁଆଡରେ ମୃତ ଆଫ୍ରିକୀୟ ସିଂହୀଟି ରହୁଥିବା ଜଣାପଡ଼ିଛି । ସାପ କାମୁଡିବା ପରେ ସିଂହୀର ଅବସ୍ଥା ଧିର
Download Argus News App
