ଭୁବନେଶ୍ୱର ଉପକଣ୍ଠ ଓ ଖୋର୍ଦ୍ଦା ଅଞ୍ଚଳରୁ ଭାଲୁ ଛୁଆ ଉଦ୍ଧାର ହେବା ପରେ ଭାଲୁ ସ୍ମଗଲିଂକୁ ନେଇ ବଢୁଛି ସନ୍ଦେହ । ଭାରତରେ ଭାଲୁ ନାଚ ଓ ସର୍କଶରେ ଭାଲୁ ଛୁଆଙ୍କୁ ବ୍ୟହାର କରାଯିବା ବନ୍ଦ ହେଲାଣି । ତେବେ ଭାଲୁ ଚାଲାଣ ଭାରତ ବାହାରକୁ ହେଉଥିବା ସନ୍ଦେହ କରାଯାଉଛି । ବନ୍ୟପ୍ରାଣୀ ବିଶେଷ଼ଜ୍ଞଙ୍କ କହିବା କଥା, ଉତ୍ତର ପ୍ରଦେଶ, ହରିୟାନା, ରାଜସ୍ଥାନ ଆଦି ରାଜ୍ୟରେ କଳନ୍ଧର କମୁନିଟି ମାନେ ଭାଲୁ ନାଚ କରାନ୍ତି । ଏହି ରାଜ୍ୟ ଗୁଡିକରେ ଭାଲୁଛୁଆ ନାଚ ମଧ୍ୟ ହେଉଛି । ଏହା ସହ ଭିଏତନାମା, ମାଲେଶିୟା,ଚାଇନାରେ ଭାଲୁର ପିତକୋଷକୁ ବ୍ୟବହାର କରାଯାଏ ।
ଏହି ଦେଶ ଗୁଡିକରେ ସ୍ୱତନ୍ତ୍ର ଭାଲୁ ଫାର୍ମିଂ ମଧ୍ୟ ଅଛି । ଭାଲୁର ପିତ୍ତ କୋଶ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେବା ସହ ପିତ୍ତକୋଷକୁ ମେଡିଶିନରେ ବ୍ୟବହାର କରାଯାଉଛି । ଗୋଟିଏ ସୁସ୍ଥ ମା ଭାଲୁ ଅତି ବେଶିରେ 2 ରୁ 3 ଟି ଛୁଆ ଜନ୍ମ କରିପାରେ । ମା ଭାଲୁକୁ ଶିକାର କରି ଭାଲୁ ଛୁଆକୁ ଛଡେଇ ଆଣାଯାଇଥିବା କଥା ମଧ୍ୟ ଆଶଙ୍କା କରାଯାଉଛି । ଏଭଳି ସଂଗଠିତ ବନ୍ୟପ୍ରାଣୀ ଅପରାଧ ପଛରେ ବାହାର ରାଜ୍ୟର ଲିଙ୍କ ସହ ବିଦେଶ ଲିଙ୍କ ରହୁଛି ହୋଲି ଆଶଙ୍କା କରାଯାଉଛି ।
ଏକା ସାଙ୍ଗରେ ଗୋଟିଏ ଦିନର 6 ଘଣ୍ଟା ଭିତରେ 7 ଭାଲୁଛୁଆ ଉଦ୍ଧାର ପଛରେ ଭାଲୁ ଚାଲାଣ ରାକେଟ କାମ କରୁଥିବା ଆଶଙ୍କା କରିଛି ବନବିଭାଗ । ପିସିସିଏଫଙ୍କ କହିବା କଥା ଭାଲୁ ଛୁଆଙ୍କୁ ଦେଖିଲେ ଲାଗୁଛି ସେମାନେ ମଣିଷଙ୍କ ସଂସ୍ପର୍ଶରେ ଆସିଛନ୍ତି । ଭାଲୁ ଛୁଆ ଗୋଟିଏ ମା ର କି ଭିନ୍ନ ଭିନ୍ନ ମା ର ଛୁଆ ସେ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଉଛି । ଭାଲୁ ଛୁଆ ଆଣିଥିଲା କିଏ, କଣ ଏହାର ବ୍ୟବହାର,କେଉଁଠିକୁ ଯାଉଥିଲା, କଣ ଏହା ପଛରେ ଉଦେଶ୍ୟ କଣ , ଏ ସମସ୍ତ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ପିସିସିଏଫ ଶଶି ପଲ ।
କରୋନା କଟକଣା ସମୟରେ ଭାଲୁ ସ୍ମଗଲିଂ ସହଜ ହେଉଛି । ତେବେ ସବୁଠୁ ବଡ କଥା ହେଉଛି ଆଜି ଯାଏ ବାଘ ଛାଲ ହେଉ କି ସାପ ବିଶ ସବୁର ମୁଳ ପାଖରେ ପହଁଚିବାରେ ବନ ବିଭାଗ ବିଫଳ ହୋଇଛି । ଏବେ ପ୍ରଶ୍ନ ଭାଲୁ ଚାଲାଣର ମୁଳ ଯାଏ ପହଁଞ୍ଚିପାରିବ ତ ବନ ବିଭାଗ