ବାଲେଶ୍ୱର ଜିଲ୍ଲାରେ କାମ କରୁଛି ତ ମୋ ସରକାର । ଜିଲ୍ଲାରେ ଏତେବଡ ଦୁର୍ନୀତିର ଖବର ଅଛି ତ ରାଜ୍ୟ ଲୋକସେବା ଭବନରେ । ଆଉ ଏସବୁ ଜାଣିଛନ୍ତି ତ ରାଜ୍ୟ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ । ନା ପ୍ରଚାରରେ ମାତିଛନ୍ତି, ଆଉ ଲୁଟିବା ପାଇଁ ବାଟ ଖୋଲିଦେଇଛନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ । ୭ ମାସରେ ପାଖାପାଖି ୭ କୋଟି ଟଙ୍କାର ଲୁଟ୍ ହୋଇଥିବାର ସଙ୍ଗୀନ ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଆର୍.ଆଇ ରିପୋର୍ଟ ଟି ହେଉଛି ଗୋଟିଏ ଅଞ୍ଚଳର । ସିଲ୍ ଓ ଦସ୍ତଖତ ରହିଛି ହେଲେ ଅନ୍ୟ ଆର୍.ଆଇ ଭେରିଫିକେସନ କରିଥିବାର ଅଭିଯୋଗ । ଦୁର୍ନିତୀର ସବୁ ସୀମା ସରହଦ ପାରକରିଛି ଜିଲ୍ଲାର ଏହି ଦୁର୍ନିତି।
ଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ରାଜ୍ୟର ମତ୍ସ୍ୟଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ପଠାଉଥିବା ବେଳେ ଏ ଯୋଜନା ରାଜ୍ୟରେ ହରିଲୁଟ ହେଉଥିବା ବେଳେ ରାଜ୍ୟ ସରକାର ଜାଣି ପାରିଲେନି କେମିତି?