ଏହାର କିଛି ଦିନ ପରେ ଅର୍ଥାତ ଜୁଲାଇ ୨୧ରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳର କନ୍ଧନୂଆପଲି କାଜୁ ବଗିଚା ରେ ବିଦ୍ୟୁତ ଆଘାତ ରେ ଏକ ଦନ୍ତାରେ ମୃତ୍ୟୁ ଘଟିଥିଲା। ଏଇଠି ମଧ୍ୟ ଶିକାରୀ ମାନେ ଦନ୍ତାର ଏକ ଦାନ୍ତକୁ କାଟି ନେଇଥିଲେ। ସେହିପରି ସେପ୍ଟେମ୍ବର ମାସ ୩ ତାରିଖରେ ତାରାସିଙ୍ଗି ବନାଞ୍ଚଳରେ ଅଜଣା ରୋଗରେ ପୁଣି ଏକ ଦନ୍ତାର ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ପୁଣି ତାରାସିଙ୍ଗିର ମାଣପୁର ନିକଟରେ ଏକ ଦନ୍ତାର ମୃତ୍ୟୁ ହୋଇଥିଲା।
ଦେଖନ୍ତୁ ଭିଡିଓ: ଗୁମୁରି କାନ୍ଦୁଛି ଗଜରାଜ !
ପୁଣି ଫେବୃୟାରୀ 8ତାରିଖ ରେ ଗାଲେରି ରେଞ୍ଜର ଲେଙ୍ଗଡ଼ା ଜଙ୍ଗଲରେ ଚିକିସ୍ଥା ଅବସ୍ଥାରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା।ବଡ଼ କଥା ଚଳିତ ମାର୍ଚ୍ଚ ମାସରେ ଦୁଇଦିନ ଅନ୍ତରରେ ଅର୍ଥାତ ୧୩ ତାରିଖରେ ମୁଜାଗଡ଼ ଗମ୍ଭାରୀ ଗୋଛା ଓ ୧୫ ତାରିଖରେ ମୁଜାଗଡ଼ ବିଟ ର ତିଲିକି ଜଙ୍ଗଲରେ ପୁଣି ହାତୀ ମୃତ୍ୟୁ ର ଚିତ୍ର ସାମ୍ନାକୁ ଆସିଛି। ଅଜଣା ରୋଗ କିମ୍ବା ବିଦ୍ୟୁତ ଆଘାତ ତ ଭିନ୍ନ କଥା କିନ୍ତୁ ଏଭଳି ଦାନ୍ତ କାଟି ନେବା ଘଟଣା କିମ୍ବା ଏଭଳି ହାତୀ ମୃତ୍ୟୁ ଅନୁପାତ ଉକ୍ତ ବନଖଣ୍ଡରେ ଆଗରୁ କେବେ ହୋଇନଥିବା ରୁ ଏଭଳି ବାରମ୍ବାର ହାତୀ ମୃତ୍ୟୁ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।
ଅଧିକ ପଢନ୍ତୁ : ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଉଦ୍ଧାର
ଏମିତିକି ପୂର୍ବରୁ ଦୁଇଟି ଦନ୍ତାହାତୀ ମୃତ୍ୟୁ ମାମଲାରେ ୨ ଜଣ ବନପାଳ, ୨ ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୯ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।ହାତୀ ଶିକାରୀ କୁ ଗିରଫ କରିବା ସହ କିଛି ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରି ଓ କିଛି କର୍ମଚାରୀଙ୍କୁ ବଦଳି କରି ବିଭାଗ ଚୁପ ବସିପଡିଥିବା ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ଘୁମୁସର ବନଖଣ୍ଡ ମୁଖ୍ୟ ଅଧିକାରୀ କହିଛନ୍ତି ବର୍ତ୍ତମାନ ମଧ୍ୟ ହାତୀ ଉପରେ ନଜର ରହିଛି । ଗୋଟିଏ ପରେ ଗୋଟିଏ ହାତୀ ର ପୋଷ୍ଟମୋର୍ଟମ ରିପୋର୍ଟ ଆସୁଛି। ମୁଖ୍ୟତଃ କାରଣ କଣ ରହିଛି ପୋଷ୍ଟମୋର୍ଟମ ରିପୋର୍ଟ ରୁ ଜଣା ପଡିବ।ସେ ଅନୁଯାୟୀ ସେଦିଗ ପ୍ରତି ବନ ବିଭାଗ ସଜାଗ ହେବ। ଅନ୍ୟ ପକ୍ଷରେ ହାତୀ ଆକ୍ରମଣରେ କିଛି ନିରୀହ ଜୀବନ ମଧ୍ୟ ଯାଇଛି । ପ୍ରକୃତରେ ହାତୀ ଜଙ୍ଗଲ ଛାଡି ଜନବସତି ମୁଁହା ହେବା ଫଳରେ ହାତୀ ମଣିଷ ଲଢେଇ ହେଉଛି କେତେବେଳେ ମଣିଷ ତ କେତେବେଳେ ହାତୀର ଜୀବନ ଯାଉଛି ।