ଅନ୍ୟପଟେ ଆଜି ରାଜ୍ୟରେ ସଂକ୍ରମଣ ହାର ସାମାନ୍ୟ କମିଛି । ଗତ ୨୪ ଘଣ୍ଟାରେ ୬୧୧୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ଘଣ୍ଟା ଭିତରେ ୪୩୭୫୬ ନମୂନା ପରୀକ୍ଷଣ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ପଜିଭିଟ୍ ଚିହ୍ନଟ ହୋଇଛନ୍ତି ।