ମା ପୂଜା ଛୋଟରାୟଙ୍କ କହିବା କଥା ମାତ୍ର ୩ମାସ ବୟସରୁ ଷ୍ଟ୍ରେଚିଂ ଆରମ୍ଭ କରିଥିଲେ ଦୁର୍ଗା । ଏ ଦିଗରେ ତାର ଅଧିକ ଆଗ୍ରହ ଦେଖି ଆମେ ତାକୁ ପ୍ରୋତ୍ସାହନ ଦେଇଛୁ । ଅନ୍ୟ ପିଲାଙ୍କ ଭଳି ଦୁର୍ଗା କେବେ ନା ଚକଲେଟ ଖାଆନ୍ତି, ନା କେବେ କୁର୍ କୁରେ । ଚିଆ ସିଡ୍, ଜୁସ ଓ ଓଟସ ଖାଇବାକୁ ସେ ବେଶୀ ପସନ୍ଦ କରନ୍ତି । ଝିଅର ପ୍ରତିଭା ଦେଖି ବେଶ ଖୁସି ଥିବା କହିଛନ୍ତି ମା ପୂଜା।
ଜିମ ଟ୍ରେନିଂ ପ୍ରଥମେ ବାପଙ୍କଠାରୁ ଶିଖିଥିଲେ ଦୁର୍ଗା । ଦୁର୍ଗାଙ୍କ ବାପା ଜଣେ ଜୁମ୍ବା ଡ୍ୟାନ୍ସର୍ ସହ ଜିମ ଟ୍ରେନର । ସେପଟେ ମା ମଧ୍ୟ ଜଣେ ଜିମ ଟ୍ରେନର । ପୁରା ପରିବାର ଫିଟନେସ ପ୍ରତି ବେଶ ଧ୍ୟାନ ଦିଅନ୍ତି । ତାଙ୍କର ଏହି ରୁଚି ଯଦି ଆଗକୁ ସେ ଏହି କ୍ଷେତ୍ରରେ ଆଗକୁ ବଢିଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମଧ୍ୟ ଖ୍ୟାତି କମେଇପାରିବେ ବୋଲି ବାପା କହିଛନ୍ତି ।
ବ୍ୟସ୍ତ ବହୁଳ ଜୀବନରେ ପ୍ରତିଦିନ ଜିମ୍ କିମ୍ବା ଯୋଗ କରିବା ଏକ ବଡ଼ ଆହ୍ୱାନ ହୋଇ ରହିଛି । ତଥାପି ସକାଳୁ ସନ୍ଧ୍ୟା କାମ ଭିତରେ ଯୁବପିଢ଼ିଙ୍କଠୁ ଆରମ୍ଭ କରି ବୟସ୍କ ସବୁ ଫିଟ ରହିବା ପାଇଁ ଚାହୁଁଛନ୍ତି । ଏହି ୭ବର୍ଷର ଝିଅ ଦୁର୍ଗା ଯୁବପିଢ଼ିଙ୍କି ପାଇଁ ଉଦାହରଣ ପାଲଟିଛି କହିଲେ ଭୂଲ୍ ହେବନି ।
ଫିଟ ଇଣ୍ଡିଆ ଯୁଗରେ ନିଜକୁ ଫିଟ ରଖିବା ବେଶ ଜରୁରୀ। ପୁଅ ହେଉ କି ଝିଅ ସମସ୍ତେ ନିଜ ଶରୀର ପ୍ରତି ଯତ୍ନବାନ ହେଲେ ସୁସ୍ଥ ଜୀବନ ଜୀଇଁବା ସହଜ ହେବ।