ଅଧିକ ପଢ଼ନ୍ତୁ: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ
ଯାହାର ପ୍ରତିବାଦରେ ବିଦ୍ୟୁତ ବିଭାଗ ଓ ରାଜ୍ୟ ସରକାରଙ୍କ ବିରୋଧରେ ଗାଁ ମୁଣ୍ଡରେ ଅଭିନବ ପ୍ରତିବାଦ କରୁଛନ୍ତି ଗ୍ରାମବାସୀଙ୍କ ସହ ମାଟ୍ରିକ୍ ପରୀକ୍ଷାର୍ଥୀ ମାନେ। ରାଜ୍ୟ ସରାକାରଙ୍କ ବିରୋଧରେ ଗାଁ ମୁଣ୍ଡରେ ନାରାବାଜି କରୁଛନ୍ତି ଗ୍ରାମବାସୀ। ସେପଟେ ବହି ଖାତା ଧରି ଗାଁ ମୁଣ୍ଡରେ ଗଛ ମୂଳରେ ପାଠ ପଢୁଛନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀ ମାନେ।
ମାଟ୍ରିକ ପରୀକ୍ଷା ବେଳେ ବିଦ୍ୟୁତ କାଟ୍ । ଡିବି ଆଲୁଅରେ ପାଠ ପଢୁଛନ୍ତି ପରୀକ୍ଷାର୍ଥୀ ମାନେ। ବକେୟା ବିଲ୍ ପୈଠ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ବିଦ୍ୟୁତ୍ ବିଭାଗ। ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଉଚ୍ଚପଦସ୍ତ ଅଧିକାରୀ,ବ୍ଲକ ଅଧିକାରୀ ଓ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କଣାସରେ ବିଦ୍ୟୁତ୍ ବିଭାଗର ଦାଦାଗିରୀ। ଅନ୍ଧାରରେ ୪ ହଜାର ଲୋକେ। ଅନ୍ଧାରରେ ୬୦ ରୁ ଉର୍ଦ୍ଦ ମାଟ୍ରିକ୍ ପରୀକ୍ଷର୍ଥୀ ଙ୍କ ଭାଗ୍ୟ। କେବେ ସମସ୍ୟାର ହେବ ସମାଧାନ? ତାହାହିଁ ଦେଖିବାକୁ ବାକି ରହିଲା।