ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଭୁବନେଶ୍ୱର: ରାଜଧାନୀରୁ ଆଜି 71 ପଜିଟିଭ ଚିହ୍ନଟ । କ୍ୱାରିନଣ୍ଟିନ ସେଣ୍ଟରରୁ 15 ପଜିଟିଭ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ଅଞ୍ଚଳରୁ 56 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32 ହଜାର 618ରେ ପହଞ୍ଚିଛି । ଅନ୍ୟପଟେ 31 ଯାଏଁ ସର୍ବସାଧାରଣଙ୍କ ପାଇଁ ବିଏମସି କାର୍ଯ୍ୟାଳୟ ବନ୍ଦ ରହିଛି ।
Update on newly detected #COVID19 cases in the last
24 hrs under the BMC area on 3rd Apr (till 9am). pic.twitter.com/eP1aXltUL3 — BMC (@bmcbbsr) April 3, 2021
ସେହିପରି ଆଜି ଭୁବନେଶ୍ୱରରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜକୁ ମିଶାଇ ଭୁବନେଶ୍ବରରେ ମୋଟ ସୁସ୍ଥ ସଂଖ୍ୟା 31 ହଜାର 945ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ଆକ୍ଟିଭ ମାମଲା 402 ରହିଥିବାବେଳେ 250 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।