ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ମେଜର ଡ଼. ଦିଲ୍ଲୀପ କୁମାର ଦାଶ, ଏବଂ ମହାବିଦ୍ୟାଳୟ ର ଅଧକ୍ଷ ଡ଼. ନାରାୟଣ ମିଶ୍ର ଯୋଗଦେଇ ଭାରତ ଭଳି ବିଶାଳ ଦେଶର ଏକତା ଓ ସଂହତି ରକ୍ଷା କରିବା ସଂଗେ ସଂଗେ, ସଂଯମ ଶୃଙ୍ଖଳା, ତ୍ୟାଗ ଓ ସେବା ମନୋବୃତି ରଖିଲେ NCC ଦିବସ ପାଳନର ଯଥାର୍ଥତା ପ୍ରତିପାଦନ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ l ପରେ କ୍ୟାଡେଟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l NCC ଅଫିସର ଅଧ୍ୟାପକ ରଘୁଦୀପ୍ତି ନାୟକ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସଂଯୋଜନା ରେ ସଭାଟି ସାଫଲ୍ୟ ମଣ୍ଡିତ ହୋଇଥିଲା l ଉକ୍ତ ସଭାରେ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ମହlନ୍ତ, ଅନନ୍ତ ଚରଣ ମହାନ୍ତି, ଶିବ ଚରଣ ବେହେରା, ଶକ୍ତି ପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା,ଶ୍ରିଲେଖା ସାହୁ, ସଂଘମିତ୍ରା ରାଉତ, ପ୍ରଣତି ପଟନାୟକ, ପୁଷ୍ପଲତା ରାମ, ସୁବ୍ରତ ମହାନ୍ତି, ରଞ୍ଜନ ନାୟକ, ଭଗବାନ ସାହୁ, ରବୀନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ମିଶ୍ର, ରତିକାନ୍ତ ଦାଶ, ଦିବ୍ୟ ରଞ୍ଜନ ସାହୁ, ଦେବବ୍ରତ ରାମ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ସହକାରୀ NCC ଅଫିସର ବିଶ୍ୱଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ଆନନ୍ଦପୁର ମହାବିଦ୍ୟାଳୟରେ 74 ତମ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ଦିବସ

ଅର୍ଗସ ବ୍ୟୁରୋ: ଆନନ୍ଦପୁର ମହାବିଦ୍ୟାଳୟ ରେ 74 ତମ ଜାତୀୟ ସମର ଶିକ୍ଷାର୍ଥୀ ଦିବସକୁ ଆନନ୍ଦପୁର ଉପଖଣ୍ଡ ର ଉପଜିଲ୍ଲାପାଳ ତଥା ଆନନ୍ଦପୁର ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି, ସମ୍ମାନନୀୟ ଶ୍ରୀଯୁକ୍ତ ଅନିଲ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ସେ ପତାକା ଉତ୍ତୋଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l NCC କ୍ୟାଡଟ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ପରେଡର ଅଭିବାଦନ ଗ୍ରହଣ କରିଥିଲେ l
Download Argus News App
