ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ କରାଯାଇଛି । ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ସେପଟେ କୋରେଇ ଥାନା ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ସହାୟତା ପାଇଁ 8455887864, 8455887862 ନଂ ଜାରି ହୋଇଛି ।
କୋରେଇ ଥାନା ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି

ଅର୍ଗସ ବ୍ୟୁରୋ: ଯାଜପୁର କୋରେଇ ମାଲବାହୀ ଟ୍ରେନ୍ ଦୁର୍ଘଟଣା ପରେ ୮ ଟି ଟ୍ରେନ୍ ବାତିଲ୍ । ଇଷ୍ଟକୋଷ୍ଟ ରେଲୱେ ଚିଫ୍ ପିଆରଓ ବିଶ୍ୱଜିତ୍ ସାହୁଙ୍କ ସୂଚନା । ଏକ୍ସପ୍ରେସ୍ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି । ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ସାଲିମାର-ପୁରୀ ଓ ପୁରୀ –ସାଲିମାର ଏକ୍ସପ୍ରେସ, ସାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ ବାତିଲ କରାଯାଇଛି ।
Download Argus News App
