ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକରେ 5 ରୁ 7 ଖଣ୍ଡ ଗାଁରେ ଫ୍ଲୋରାଇଡ ପାଣିର ଆତଙ୍କ । ବିଶେଷ କରି ବୁଢ଼ି ଖମାରି, କୁସୁମବନ୍ଧା ପଞ୍ଚାୟତର ଅଧିକାଂଶ ଗାଁରେ ଫ୍ଲୋରାଇଡ ପାଣିର ବ୍ୟବହାର ଯୋଗୁଁ ଅଧିକାଂଶ ଯୁବକ ଓ ଯୁବତୀ ଏବେ ବୃଦ୍ଧ ଅବସ୍ଥା ଦେଇ ଗତି କରୁଛନ୍ତି । ଶତାଧିକ ରୋଗାକ୍ରାନ୍ତ ହୋଇଥିବାବେଳେ ଅନେକ ପ୍ରାଣ ହରାଇଲେଣି ।
ଗାଁ ଲୋକଙ୍କୁ ଫ୍ଲୋରାଇଡ ପାଣି ପିଇବା ପାଇଁ ବାରଣ କରିଛନ୍ତି ସରକାର । ହେଲେ କରିଥିବା ବିକଳ୍ପ ବ୍ୟବସ୍ଥା କାମରେ ଆସୁନି । ଗାଁକୁ 5 କିଲୋମିଟର ଦୂରରୁ ପାଣି ଆସୁଥିବାରୁ ଗାଁ ଲୋକଙ୍କ ନିକଟରେ ପାଣି ପହଞ୍ଚିବା କଷ୍ଟକର ହେଉଛି । ତେବେ ଗାଁ ଲୋକଙ୍କ ଅଭିଯୋଗ, କେବେ ଦିନରେ ଥରେ 10 ରୁ 20 ମିନିଟ୍ ଯାଏଁ ପାଣି ଆସୁଛି ତ କେବେ ନାହିଁ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ମାନିଛନ୍ତି ରାଜ୍ୟରେ ୧.୫୧ ଲକ୍ଷ ଜଳ ଉତ୍ସରେ ଅତ୍ୟଧିକ ରାସାୟନିକ ମିଶ୍ରଣ ରହିଛି । ଏସବୁ ସ୍ଥାନରେ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ସରକାର । ତେବେ ଏଠି ପ୍ରଶ୍ନ ଉଠୁଛି ଫ୍ଲୋରାଇଡ଼ ପାଣି ଆତଙ୍କରେ ଆତଙ୍କିତ 8 ଖଣ୍ଡ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେବେ ? କେବେ ସମସ୍ୟାର ସ୍ଥାୟୀ ସମାଧାନ କରିବେ ରାଜ୍ୟ ସରକାର ?