ଅଧିକ ପଢ଼ନ୍ତୁ:କମିସନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ସେହିପରି ଗଞ୍ଜାମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ପାଳିତ ହୋଇଛି। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ମୂଖ୍ଯ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ମୂଖ୍ଯମନ୍ତ୍ରୀ ଓ ରାଜ୍ଯପାଳଙ୍କ ବାର୍ତ୍ତା ପାଠ କରିଥିଲେ। ପୋଲିସ ମାନଙ୍କ ଦ୍ୱାରା ପ୍ୟାରେଡ଼ କରାଯାଇଥିଲା l
ଏହାସହ ସୁନ୍ଦରଗଡରେ ମଧ୍ୟ ସ୍ଥାନୀୟ ରିଜର୍ଭ ପୋଲିସ ପଡିଅ।ରେ 88 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଅ।ରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ମାଝୀ ଯୋଗ ଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହ ପୋଲିସ କର୍ମଚାରୀ ମାନେ କିଭଳି ଭାବରେ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ଓ ଇନିସପେକ୍ଟରଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରିଜର୍ଭ ପୋଲିସ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ କରାଯାଇଥିଲା।
ଆଜି 88ତମ ପୋଲିସ ପ୍ରତିଷ୍ଠା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସମାରୋହରେ ଏସପି କେ ବିଶାଲ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ମୀଳୀତ ପ୍ୟାରେଡ୍ ରେ ଏସପି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଥିବା କୃତୀ ପୋଲିସ କର୍ମଚାରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା।