ଓଡ଼ିଆ ନବବର୍ଷର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...
ଅର୍ଗସ ବ୍ୟୁରୋ : ରାଜଧାନୀରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ଵରରୁ 9 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 18 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 2 ଜଣ କ୍ଵରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ 7 ଜଣ।
ଏହି କ୍ରମରେ ଭୁବନେଶ୍ଵରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 31 ହଜାର 656ରେ ପହଞ୍ଚିଥିବା ବେଳେ 31 ହଜାର 175 ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 142 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 218ଟି ଆକ୍ଟିଭ୍ କେସ୍ ରହିଛି।