Bhakti: Bhabare Bhagabata | EP -434 | Argus News
ଗଞ୍ଜାମ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୯୦୦ଲିଟର ଦେଶୀ ମଦ ଜବତ । ପାଲୁରୁ ମୂଖ୍ୟରାସ୍ତା ନିକଟରୁ ଏକ କାରରୁ ଜବତ ହୋଇଛି ବିପୁଳ ପରିମାଣର ମଦ । ଜଣକୁ ଗିରଫ କରିବା ସହ କାରକୁ ଜବତ କରିଛି ଅବକାରୀ ବିଭାଗ । ଏକ ଆଦିବାସୀ ଅଞ୍ଚଳରୁ ବାହାରକୁ ଚାଲାଣ ହେଉଥିଲା ଏହି ଦେଶୀ ମଦ । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଧେଶକ୍ରମେ ଆଜି ଭୋର 4 ଟା ରେ ହୋଇଥିଲା ଚଢ଼ାଉ । ଏହା ଚୋରା ଚାଲାଣ ପଛରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏନେଇ ଅଧିକ ତଦନ୍ତ ଚଲାଇଛି ଅବକାରୀ ବିଭାଗ ।
Download Argus News App
