ଟିଏମସିରେ ରହି ମୁଁ ପାପ କରିଛି
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ସାଇକେଲ ଗିରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶିଶୁଭବନ ଛକରୁ ଧଉଳି ଯାଏ ଏକ ସାଇକେଲ ରାଲି ଆୟୋଜନ କରାଯାଇଛି । ସାଇକେଲ ପ୍ରତି ଲୋକଙ୍କ ସଚେତନ କରାଇବା ଏହାର ମୁଖ୍ୟ ଉଦେଶ୍ୟ । ଏହା ସହ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ ପ୍ରସ୍ତୁତ କରାଯିବ ଏବଂ ଏହି ଟ୍ରାକରେ ଲୋକମାନେ ସାଇକେଲ ଚଳାଇବେ । ମୋ ସାଇକେଲ ଯୋଜନାରେ ନଷ୍ଟ ହୋଇ ପଡ଼ିଥିବା ସାଇକେଲ ଗୁଡିକର ପୁନଃଉଦ୍ଧାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି । ଏହା ସହ ମହାମାରୀ କରୋନା ସମୟରେ କାର୍ଯ୍ୟ କରିଥିବା 25 ଜଣ pure ଲିଡର ମାନଙ୍କୁ ମଧ୍ୟ ସାଇକେଲ ପ୍ରଦାନ କରାଯାଇଛି । ଏଥିରେ ଏକ ଆନଥେମ ମଧ୍ୟ ଲଞ୍ଚ କରାଯାଇଛି ।