ସେପଟେ ଅଗଷ୍ଟ ମାସରେ ପରିସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବା ସହ ପାଠ୍ୟକ୍ରମରେ କାଣ୍ଟଛାଣ୍ଟ ହେବ କି ନାହିଁ ତା ଉପରେ ବିଚାର କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ । କେବଳ 30 ପ୍ରତିଶତ ନୁହେଁ ବରଂ ଆବଶ୍ୟକ ପଡ଼ିଲେ 50 ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଅନ୍ୟପଟେ ଜାତୀୟ ଶିକ୍ଷା ବୋର୍ଡ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବେଳେ ଓଡିଶା ବୋର୍ଡ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ ବୋଲି ମତ ଦେଇଛନ୍ତି ଶିକ୍ଷାବିତ । ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଆବଶ୍ୟକ ଅନୁଯାୟୀ ପାଠ୍ୟକ୍ରମ ହ୍ରାସ କରିବା ଉଚିତ ବୋଲି ମତ ଦେଇଛନ୍ତି ଶିକ୍ଷାବିତ । ସେପଟେ ଏହାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠେଇଛନ୍ତି ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି । ଯଥାଶୀଘ୍ର ବୈଷୟିକ କମିଟି ଡକାଯାଇ ପାଠ୍ୟକ୍ରମ ହ୍ରାସ ଉପରେ ଆଲୋଚନା କରିବା ଉଚିତ । ଏହା କରାନଗଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ଉପରେ ଅଧିକ ଚାପ ପଡ଼ିବ ବୋଲି ଓଷ୍ଟା ସମ୍ପାଦକ କହିଛନ୍ତି ।
ସ୍କୁଲ ପାଠପଢ଼ାର 210 ଦିନ ଭିତରୁ ପ୍ରଭାବିତ ହେଲାଣି 84 ଦିନ । ତେବେ ବାକି 126 ଦିନରେ ସମସ୍ତ ପାଠ୍ୟକ୍ରମ ସରିବ ନା କାଣ୍ଟଛାଣ୍ଟ କରି ପାଠପଢା ଆରମ୍ଭ କରାଯିବ ସେନେଇ ଏବେ ଆରମ୍ଭ ହୋଇଯାଇଛି ସସପେନ୍ସ । ଆଉ ସେପଟେ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ।