ଟିଏମସିରେ ରହି ମୁଁ ପାପ କରିଛି
ଖୋର୍ଦ୍ଧା: ଖୋର୍ଦ୍ଧାରେ ହାତୀର ମୃତ୍ୟୁ । ଖୋର୍ଦ୍ଧା ମଳିପଡା ଦଲକ ରାସ୍ତା ପାର୍ଶ୍ଵ ବଡଜୋର ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୧୫ ବର୍ଷ ହେବ। ହାତୀଟି ରାସ୍ତା କଡରେ ମୃତ୍ୟୁ ବରଣ କରିଛି। ହାତୀଟି ର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି l ସୂଚନା ଥାଉ କି ଦୀର୍ଘ ଏକମାସ ଧରି ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ପ୍ରାୟ 40 ରୁ ଉର୍ଦ୍ଧ୍ୱ ହାତୀ ଦୁଇ ତିନି ଭାଗରେ ବିଭକ୍ତ ହୋଇ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ସହ ଲୋକମାନଙ୍କ ଧନ ଜୀବନ ନଷ୍ଟ କରିଥିବାର ଜଣା ପଡ଼ିଛି l ଜଙ୍ଗଲ ମଧ୍ୟକୁ ହାତୀ ମାନଙ୍କୁ ଘଉଡେଇବାରେ ବନ ବିଭାଗ ସମ୍ପୂର୍ଣ ଫେଲ ମାରିଛି ବୋଲି ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି l