କିନ୍ତୁ ମାର୍ଚ୍ଚ ୩୦ ଠାରୁ ଗତକାଲି ପର୍ଯ୍ୟନ୍ତ ମାତ୍ର ୪୭ ଜଣ ଯୋଦ୍ଧା କୋଭିଡରେ ମୃତ୍ୟୁବରଣ କରିଥିବା କଥା କେନ୍ଦ୍ରକୁ ଅବଗତ କରିଛନ୍ତି । ଯାହା ମଧ୍ୟରୁ ୪୨ ଜଣଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି । ସେ ମଧ୍ୟରୁ ଜଣଙ୍କୁ ପ୍ରୋତ୍ସାହନ ରାଶି ମିଳିଥିବା ବେଳେ ଅନ୍ୟ ମାନଙ୍କର କଥା ବିଚାରଧୀନ ରହିଛି । ରାଜ୍ୟ ସରକାର କୋଭିଡ ଯୋଦ୍ଧାଙ୍କୁ କେନ୍ଦ୍ର ସହାୟତା ଛଡା ୫୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଜଣଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଏହି ଟଙ୍କା ମିଲିନାହିଁ । ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ପ୍ରୋତ୍ସାହନ ସହ ଅବସର ପର୍ଯ୍ୟନ୍ତ ଦରମା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି ରାଜ୍ୟ ସରକାର।
କୋଭିଡ୍ ଯୋଦ୍ଧାଙ୍କୁ ନେଇ ମିଛ କହୁଛନ୍ତି ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୋଭିଡ୍ ଯୋଦ୍ଧାଙ୍କୁ ନେଇ ମିଛ କହୁଛନ୍ତି ରାଜ୍ୟ ସରକାର । କୋଭିଡ ଯୋଦ୍ଧାଙ୍କ ସହାୟତା ରାଶି ଏବଂ କେନ୍ଦ୍ରକୁ ରାଜ୍ୟ ଦେଇଥିବା ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି, ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ବଢି ଚାଲିଥିବା ବେଳେ କୋଭିଡ ଯୋଦ୍ଧାଙ୍କୁ ନେଇ ମିଛ ତଥ୍ୟ ରଖି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ସରକାର । ଷାଠିଏ ଜଣ କୋଭିଡ ଯୋଦ୍ଧାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଏବଂ ଜଣଙ୍କୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବାକୁ ସମ୍ମତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହୁଛି ।
କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ
ଅର୍ଗସ ବ୍ୟୁରୋ : ମହାନଦୀ କୂଳରେ ମହୁଲପାଲି ପ୍ରକଳ୍ପ ପାଇଁ DMFରୁ ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ୩୮ ହଜାର ଟଙ୍କା। ଏହି ପ୍ରକଳ୍ପ ଦ୍ଵାରା ୨୦୧୯ ଖରିଫରେ ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇଛି ବୋଲି ସରକାର ବିଧାନସଭାରେ କହିଛନ୍ତି। ଏଠି ଲାଗିଥିବା ଫଳକରେ ବି ସେଇ ଏକା ତଥ୍ୟ। ଫରକ୍ ଏତିକି ଯେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଏଥିପାଇଁ ଖର୍ଚ୍ଚ ହୋଇଛି ୨
Download Argus News App
