ଟିଏମସିରେ ରହି ମୁଁ ପାପ କରିଛି
ଭୁବନେଶ୍ୱର: ରାଜଧାନୀରୁ ଆଜି ୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୨ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ଭୁବନେଶ୍ଵରରୁ ମୋଟ ୨୪୮୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
ଆଜି ୨୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫୦୭ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଭୁବନେଶ୍ଵରରେ ମୋଟ ୧୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି।