ବିକି ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପୋଖରୀର ଗଭୀର ଭିତରେ ବୁଡ଼ି ଯାଇଥିଲେ । ବୁଡି ଯାଉଥିବା ସମୟରେ ଚିତ୍କାର ଶୁଣି ପୋଖରୀ ପାଖରେ ଗାଈ ଚରାଉଥିବା ଜଣେ ବ୍ୟକ୍ତି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗଭୀର ଖାତ ଥିବା ପୋଖରୀରୁ ବିକି କୁ ଉଦ୍ଧାର କରି ପାରିନଥିଲେ ।
ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବିକିକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଶବକୁ ଜବତ କରିବା ସହ ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।
ତେବେ ରବିନ୍ଦ୍ରଙ୍କ ଏକମାତ୍ର ପୁଅ ବିକିର ମୃତ୍ୟୁରେ ନିହାଣଗଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଦିନ ମଜୁରିଆ ଭାବେ କାମ କରୁଥିବା ରବିନ୍ଦ୍ର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...