ମାତ୍ର ଶିଶୁ ପୁତ୍ରକୁ ସାମାନ୍ୟ ଥଣ୍ଡା ଖାସ ହୋଇଥିବା ବେଳେ ସେଠାରେ ସେ ଏକ ଭୁଲ ଇଞ୍ଜେକ୍ସନ ନେବା ଫଳରେ ସଙ୍ଗେ ସଙ୍ଗେ ଶିଶୁପୁତ୍ରର ପାଟି ବନ୍ଦ ହୋଇ କିଛି କଥା କହିପାରିନଥିଲା ଏବଂ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଭୁଲ ଇଞ୍ଜେକ୍ସନ ଦେବାରୁ ୧୦ ବର୍ଷର ଶିଶୁପୁତ୍ର ମୃତ, ପରିବାର ପକ୍ଷରୁ ଅଭିଯୋଗ

ନୟାଗଡ: ଭୁଲ ଇଞ୍ଜେକ୍ସନ ଦେବାରୁ ୧୦ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଅଭିଯୋଗ ଅନୁସାରେ ନୂଆଗାଁ ଥାନା ମାଳିସର ଗାଁର ବିଶ୍ୱନାଥ ପରିଡାଙ୍କ ପୁଅ ରାଜେଶ ପରିଡାଙ୍କର ଗତକାଲି ଥଣ୍ଡା କାଶ ହୋଇଥିଲା । ପରିବାର ଲୋକ ପୁଅକୁ ଧରି ଦୂରୁଦୁରାରେ ପ୍ରାଇଭେଟ କ୍ଲିନିକ କରିଥିବା ପ୍ରମୋଦ ରଥଙ୍କ କ୍ଲିନିକକୁ ଆଣିଥିଲେ ।
Download Argus News App
