ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଅଘଟଣ ଘଟିଛି। ନିଆଁରେ ପୋଡି ହୋଇ ୧୪ ବର୍ଷ ନାବାଳିକା ଗୁରୁତର ଅଛନ୍ତି। ଗତ କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ରାତ୍ରିକାଳୀନ ଥଣ୍ଡାର ମାତ୍ର ବଢି ଚାଲିଛି । ଏପରି ସ୍ଥିତିରେ ଥଣ୍ଡାରୁ ମୁକ୍ତି ସକାଶେ ନିଆଁ ଏକ ସାହାରା ହୋଇଛି। ନିଆଁରେ ସେକି ହେଉଥିବା ସମୟରେ ମୋନାଲିସା ଦଳେଇ ନାମକ ଜଣେ ନାବାଳିକା ପୋଡି ହୋଇ ଗୁରୁତର ହୋଇ ପଡ଼ିଛନ୍ତି।
ହଠାତ ପବନ କାରଣରୁ ନିଆଁ ମୋନାଲିସାଙ୍କ ଆଡକୁ ମାଡିଯାଇଥିଲା ଓ ତାଙ୍କ ଡ୍ରେସରେ ଲାଗିଯାଇଥିଲା। ଏଥିରେ ମୋନାଲିସା ଗୁରୁତର ହୋଇ ପଡ଼ିଥିଲେ ଓ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।