ଜଗତସିଂହପୁରର ଶିଶୁ କନ୍ୟା ସ୍ମୃତିର ହୋଇଛି ନାକ ଓ ଆଖି ତଳ ପତାର ପ୍ଲାଷ୍ଟିକ ସର୍ଜରୀ । ସମ୍ ରେ ଏଭଳି ଏକ ବିରଳ ଅପରେସନ ପ୍ରଥମ ଥର ହୋଇଛି । ଏହା କ୍ରାନିଓ ଫେସିଆଲ କ୍ଲେଫ୍ଟ ୩ ବୋଲି ଜଣାପଡିଛି । ପିଲାଟିର ଆଖି ପତା ତଳେ ଏବଂ ନାକ ପୁଡାରେ ଚର୍ମ ନଥିବାରୁ ଅଧିକ ସମୟରେ ତାକୁ ଥଣ୍ଡା, ଜ୍ୱର ହେଉଥିଲା । ଯାହାଫଳରେ ହଠାତ୍ ଅପରେସନ କରିବା ସମ୍ଭବ ନଥିଲା । ଗୋଟାଏ ମାସ ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ରହିବା ପରେ ଗତକାଲି ଛୋଟ ଝିଅଟିର ଅପରେସନ କରାଯାଇଥିଲା । ଏବଂ ସଫଳ ମଧ୍ୟ ହୋଇଥିଲା।
ଏହି ଅପରେସନ ଡାକ୍ତରଙ୍କ ପାଇଁ ବହୁତ ରିସ୍କ ଥିଲା ବୋଲି କହିଛନ୍ତି ଡାକ୍ତର ଉନ୍ମେଶ ଜେନା । ସେପଟେ ଯଦି ଏହି ଚିକିତ୍ସା କରାଯାଇ ନଥାନ୍ତା ତେବେ ଆଖି ନଷ୍ଟ ହୋଇଯାଆନ୍ତା । ଏବଂ କୁନି ଶିଶୁଟି ଦୃଷ୍ଟିଶକ୍ତି ହରାଇ ବସିଥାନ୍ତା । କିନ୍ତୁ ଏବେ ସେ ଭୟ ଆଉ ନାହିଁ, କିନ୍ତୁ ପିଲାଟି ବଡ଼ ହେବା ପରେ ଆଉ ଥରେ ଅପରେସନ୍ କରାଯିବ ବୋଲି କହିଛନ୍ତି ପ୍ରଫେସର ଡାକ୍ତର ସ୍ୱାତି ।
ଆହୁରି ପଢନ୍ତୁ ଓଡିଶା ଖବର...