ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିବିଏସ୍ଇର ଡେପୁଟି ସେକ୍ରେଟାରୀ ଡକ୍ଟର ଅଖିଲେଶ କୁମାର ଯୋଗ ଦେଇଥିଲେ । ବିଜେଇଏମ୍ର ଅଧକ୍ଷ ସନ୍ଧ୍ୟା ଜେନା ସ୍ବାଗତ ଅଭିଭାଷଣ ରଖିଥିଲେ । ଏହି ଦୁଇ ଦିନିଆ ଆଞ୍ଚଳିକ ବିଜ୍ଞାନ ପ୍ରଦର୍ଶନୀରୁ ଜୁନିୟର ଓ ସିନିୟର ଗ୍ରୁପରୁ ୭ ଲେଖାଏଁ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହେବେ ।
ବିଜ୍ଞାନ ପ୍ରଦର୍ଶନୀ ମେଳାରେ ୧୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହେବ

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିଜେଇଏମ୍ ସ୍କୁଲରେ ଆରମ୍ଭ ହୋଇଛି ୨ ଦିନିଆ ବିଜ୍ଞାନ ପ୍ରଦର୍ଶନୀ । ଏଥିରେ ଓଡ଼ିଶା ର ୬୯ଟି ସ୍କୁଲର ଜୁନିଅର ବିଭାଗରୁ ୪୯ଟି ଓ ସିନିୟର ବିଭାଗରୁ ୬୫ଟି ପ୍ରକଳ୍ପ କରି ସର୍ବମୋଟ ୧୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହେବ । ଏହି ପ୍ରକଳ୍ପର ଚଳିତ ବର୍ଷର ଥିମ୍ ରହିଛି `ଟେକ୍ନୋଲୋଜି ଆଣ୍ଡ ଟଏସ୍' ।
Download Argus News App
