ସ୍ଥିତି ଏପରି ହୋଇଥିଲା ଯେ ପଙ୍କରେ ସେ ଛାତିଏ ଯାଏଁ ଫସି ଯାଇ ନିଜ ଜୀବନକୁ ଉଦ୍ଧାର କରିବା ପାଇଁ କେବଳ ଭଗବାନକୁ ହିଁ ଡାକ ଛାଡ଼ୁଥିଲେ । ଠିକ ଏହି ସମୟରେ ନିକଟସ୍ଥ ରାଉତପଡ଼ାର ଯୁବକ ବାବୁଲି ଦୀପ ରାସ୍ତାରେ ଯାଉଥିବା ସମୟରେ ବୃଦ୍ଧଙ୍କ ଏପରି ଅବସ୍ଥା ଦେଖି ନିଜ ଜୀବନକୁ ବାଜିରେ ଲଗାଇ ପଙ୍କ ଭିତରୁ ପ୍ରାୟ 2 ଘଣ୍ଟା ଧରି ପରିଶ୍ରମ କରି ବାହାରକୁ ଆଣିଥିଲେ ।
ଏହାପରେ ଉଦ୍ଧାର ବୃଦ୍ଧକୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବୃଦ୍ଧ ସୁସ୍ଥ ଥିବା ଜଣାପଡିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।